Ring ring


Our Pride Athmallik
GoAthmallik.wap.sh

http://GoAthmallik.wap.sh

______________________________Site Under Maintainance.. Latest Comming Soon


Dr.P.K MAHANANDIA ( ପି.କେ ମହାନନ୍ଦିଆ ):-
1949 ମସିହାରେ ଆଠମଲ୍ଲିକର ଜଣେ ଓଡ଼ିଆ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ ପ୍ରଦ୍ୟୁମ୍ନ କୁମାର ମହାନନ୍ଦିଆ ଏବଂ ପରବର୍ତ୍ତୀ ସାମୟେ ସେ (Dr. P.K. Mahanandia) ଡ଼. ପି.କେ ମହାନନ୍ଦିଆ ନାମରେ ସମଗ୍ର ବିଶ୍ୱରେ ସୁପରିଚିତ ହେଲେ |ଛୋଟବେଳେ ସେ ଆଠମଲ୍ଲିକ ମହେନ୍ଦ୍ର ଉଚ୍ଚ ବିଦ୍ୟାଳୟର ଜଣେ ଉତ୍ତମ ଛାତ୍ରଥିଲେ ଏବଂ ଚିତ୍ରକଳା ପ୍ରତି ଥିଲା ତାଙ୍କର ବିଶେଷ ରୁଚି | ସେ ସମୟରେ ତାଙ୍କ ପାଖରେ କୈଣସି ପ୍ରକାର ଆର୍ଥିକ ସାହାଯ୍ୟ ନଥିବା ସତ୍ତ୍ୱେ ସେ ବହୁ କଷ୍ଟରେ ସମାୟାନୁଯାୟୀ ଦିଲ୍ଲୀ,କଲେଜ ଅଫ ଆର୍ଟରେ (College of Art, Delhi) ନାମ ଲେଖାଇଥିଲେ | ସେହିସମୟରେ ହିଁ ବିଦେଶରୁ ଆସିଥିବା ମହିଳା ଚାରଲୋଟ୍ (Charlotte) ସହ ତାଙ୍କର ଦେଖାହେଇଥିଲା | ପରବର୍ତ୍ତୀ ସମୟରେ ଚାରଲୋତ୍ତେ (Charlotte) ନିଜ ଘରକୁ ଫେରି ଯାଇଥିଲେ ଯାହା ଦୂର ବିଦେଶରେ ଥିବା ସୁଇଡେନ(Sweden) ବୋରାସ home town of Borås ରେ ଅବସ୍ଥିତ | ପରବର୍ତ୍ତୀ ସମୟରେ ଚାରଲୋଟ୍ (Charlotte) ପି.କେ ଙ୍କୁ ନିଜ ଦେଶରେ ଦେଖାକରିବାକୁ ନିମନ୍ତ୍ରଣ କରିଥିବାରୁ ପି.କେ ଇଣ୍ଡିଆ ରୁ ସ୍ବେଡେନ ଏକ ସାଧାରଣ ସାଇକେଲ ଦ୍ଵାରା ୪ମାସ 3ଦିନ ଧରି ଆଠଟି ଦେଶ ପାର ହୋଇ ତାଙ୍କ ପାଖରେ ପହଁଚିଥିଲେ ଏବଂ ତାଙ୍କୁ ବିବାହ କରିଥିଲେ | ବର୍ତ୍ତମାନ ସେ ସ୍ବେଡେନରେ ନିଜର ଦୁଇଟି ସନ୍ତାନ ଏବଂ ସ୍ତ୍ରୀଙ୍କ ସହ ବସବାସ କରୁଛନ୍ତି |

ନିଜର କଳା ପ୍ରତିଭା ଦ୍ଵାରା ଚିତ୍ରକାର ଡ଼. ପି.କେ ମହାନନ୍ଦିଆ ସ୍ବେଡେନ ଏବଂ ଅନ୍ୟ ଦେଶବିଦେଶରେ ବହୁ ପୁରସ୍କାରରେ ସମ୍ମାନିତ ହେଇଆସୁଛନ୍ତି ତାଙ୍କର ଚିତ୍ରକଳା ସମଗ୍ର ବିଶ୍ୱରେ ଚର୍ଚ୍ଚିତ ଏବଂ ତାଙ୍କ ଭଳି ସାନ୍ତାନକୁ ପାଇ ଆଜି ଆଠମଲ୍ଲିକ ମାଟି ଗର୍ବିତ | ନିଜର ମାଟି 'ମା' ମାହେଶ୍ଵରୀ ଆଠମଲ୍ଲିକ ମାଟି କୁ ପି.କେ ମହାନନ୍ଦିଆ ବହୁତ ଭଲ ପାଆନ୍ତି ସେଥିପାଇଁ ଯେବେବି ସୁଯୋଗ ମିଳେ ଆଠମଲ୍ଲିକ ଆସି ଲୋକଙ୍କ ସହ ମିଳାମିଶା କରି ଜନହିତ କାର୍ୟ୍ଯରେ ସମୟ ଦେଇଥାନ୍ତି | ଡ଼. ପି.କେ ମହାନନ୍ଦିଆ ହେଉଛନ୍ତି ଆମ ଆଠମଲ୍ଲିକର ଗର୍ବ ଏବଂ ଗୌରବ |

Information Followed by Wikipedia Click Here

---------------

---------------


Home | Disclaimer | Feedback

© www.GoAthmallik.wap.sh 2012

www.GoAthmallik.wap.sh.......www.GoAthmallik.wap.sh.......www.GoAthmallik.wap.sh.......www.GoAthmallik.wap.sh.......www.GoAthmallik.wap.sh..............